Skip to main content
Free carbon-neutral shipping over $39.99  ·  Thousands of books on sale — sale ends soon

Aamba Gachhara Chhai

by Basanti Mohanty

Vidya Publishing Inc.

Paperback 164 pages Oriya Oct 10, 2021

(No reviews yet) Write a Review
Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
ଆମ୍ବଗଛର ଛାଇ ପୁସ୍ତକଟି ଭିନ୍ନ ଭିନ୍ନ ସ୍ୱାଦର ଅଠରଟି ଗଳ୍ପରେ ସମୃଦ୍ଧ। ପ୍ରତ୍ୟେକଟି ଗଳ୍ପ ର ଆଧାର ଲେଖିକାଙ୍କ ଅନ୍ତର୍ଭେଦୀ ଅନୁଭବ। ଏହି ସଂକଳନରେ ସନ୍ନିବେଶିତ ଗଳ୍ପଗୁଡ଼ିକ ପୂର୍ବରୁ ଝଙ୍କାର, ସତ୍ୟବାଦୀ, ପଞ୍ଚବଟୀ, ଗୌରବ, କୁସୁମିତା, ଇସ୍ତାହାର, ମହୋଦଧି ଓ ସାଗରିକା ଆଦି ପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ହାସଲ କରିଛନ୍ତି। ଗଳ୍ପ ସଂକଳନ ଟି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଜନଜୀବନର ଆର୍ଥିକ ସାଂସ୍କୃତିକ ଓ ସାମାଜିକ ସମସ୍ୟାମାନଙ୍କର ବିଶ୍ଳେଷଣାତ୍ମକ ଚିତ୍ର ବହନ କରିଛି। ଶୈଶବର ସ୍ମୃତି ସମ୍ବଳିତ ଆମ୍ବଗଛର ଛାଇ,ମୋ କେଶବତୀ ବୋଉ,ସେଇ ଲାଜକୁଳା ପିଲା ଗଳ୍ପଗୁଡ଼ିକ ଏକ ସର୍ବ କାଳ ଓ ସର୍ବଜନ ଅନୁଭବରେ ପରିପୁଷ୍ଟ । କନ୍ୟାଶ୍ରମର କନ୍ୟା ଓ କ୍ବାରେଣ୍ଟାଇନ୍ ରେ ଦୁପର୍ତ୍ତି ଗଳ୍ପ ଦୁଇଟି ଦୁର୍ବଳ ଆର୍ଥିକ ଭିତ୍ତିଭୂମି ଓ କୁସଂସ୍କାରାଚ୍ଛନ୍ନ ଆଦିବାସୀ ଜନଜୀବନର କରୁଣ ଆଲେଖ୍ୟ। ମାଙ୍କଡ, ଦୁଃଖର ପରିସୀମା, ସାବିତ୍ରୀ, ହାରିଯାଇଥିବା ମଣିଷ, ସୁନାମୀ ପୀଡ଼ିତା ଗଳ୍ପଗୁଡ଼ିକ ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ଅସହାୟ ମଣିଷ ମାନଙ୍କର ହସ ଅଶ୍ରୁମୟ ବେଦନାକ୍ତ ଶବ୍ଦ ଲିପିରେ ଋଦ୍ଧୀମନ୍ତ । ପ୍ରତ୍ୟେକ ଗଳ୍ପରେ ଚରିତ୍ର ମାନଙ୍କର ମନସ୍ତତ୍ତ୍ୱ ବିଶ୍ଳେଷଣ ବେଶ୍ ହୃଦୟସ୍ପର୍ଶୀ। ଭାଷା,ଭାବ ଓ ଉପସ୍ଥାପନା ଶୈଳୀ ଆଦି ସୂକ୍ଷ୍ମକଳାତ୍ମକ ପରିପାଟୀ ରେ ଗାଳ୍ପିକା ଙ୍କ ପରିପକ୍ଵ ଲେଖନୀ ଗଳ୍ପ ଗୁଡ଼ିକୁ ସ
Author:
Basanti Mohanty
Publisher:
Vidya Publishing Inc.
Publication Date:
Oct 10, 2021
Number of pages:
164 pages
Language:
Oriya
Binding:
Paperback
ISBN-10:
1990494056
ISBN-13:
9781990494055