Skip to main content
Free carbon-neutral shipping over $39.99  ·  Thousands of books on sale — sale ends soon

Agni Saraswati

by Subhashree Subhasmita Mishra

Black Eagle Books

Paperback 210 pages Oriya March 08, 2021

(No reviews yet) Write a Review
Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
ବେଦରେ ନାରୀର ଦଶନାମ ଓ ଦଶଟି ସଜ୍ଞା । ଭାବ ଓ ଗୁଣ ଦୃଷ୍ଟିରୁ ଏକ ସଜ୍ଞା ଆରେକର ବିରୋଧୀ । ଇଡ଼ା ଓ ରନ୍ତା ଭାବରେ ସେ ମାଧୁର୍ଯ୍ୟ ଓ ରମଣୀ ଭାବର ପ୍ରତୀକ । ହେଲେ ହବ୍ୟା ଭାବରେ ସେ ଅଗ୍ନିକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେ ସରସ୍ୱତୀ ଏବଂ ଅଦିତି । ସ୍ୱର ଓ ବାଣୀର ସେ ଈଶ୍ୱରୀ, ସମାନ୍ତରାଳରେ ସେ ଅମରତ୍ୱର ମାର୍ଗ । ସେ ଅଦିତି ବା ଅଖଣ୍ଡିତା । ଅଗ୍ନି ଓ ସରସ୍ୱତୀର ମିଶ୍ରଭାବରେ ତାର ପରିଚୟ, ଏକ ଭିନ୍ନ ଏକକ ସୃଷ୍ଟି କରିଥାଏ । 'ଅଗ୍ନି ସରସ୍ୱତୀ' ସେ ବୈଦିକ ଅନୁଭବର ଆଭାସ କି?ଅଗ୍ନି ଓ ସରସ୍ୱତୀ, ଏମାନଙ୍କୁ ଏକପଦୀ ବୋଲି କହି ହେବ କି? ଯେତେବେଳେ ଗୋଟେ କବିତା ସଙ୍କଳନର ନାମ 'ଅଗ୍ନି ସରସ୍ୱତୀ' ସେଠି ଏ ପ୍ରଶ୍ନ ସ୍ୱାଭାବିକ । ଉଗ୍ରତା ଏ କବିତାର ମୂଳପିଣ୍ଡ । ଦହନ ଏ କବିତାର ମଞ୍ଜି । ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦ୍ରୋହର କବି । ତାଙ୍କ କବିତାରେ ଜଳିବା ଓ ଜାଳିବାର ଏକ ଆଗ୍ନେୟ ପ୍ରକ୍ରିୟା ରହିଥାଏ । ହେଲେ ଏ କବିତା ବହି, ତା'ର ଏକ ବ୍ୟତିକ୍ରମ । ଗତ ତିନୋଟି ସଙ୍କଳନରେ ଉଗ୍ରତାର ଯେଉଁ ପ୍ରଖର ପ୍ରବାହ, ସେଥିରୁ ମୁକ୍ତ ହେବାର ଏକ ସଚେତନ ପ୍ରୟାସ ଏ ବହିରେ ଅଛି । ଦ୍ରୋହ ଭିତରୁ ଅଙ୍କୁରିତ ହେଉଛି ପ୍ରେମ । ହୁତାଶନରୁ ପ୍ରକାଶିତ ହେଉଛି ଜଳକଣା । ଏ କବିତା ବହି, ଏକ ନୂଆ ବାଟର ଆରମ୍ଭ ।
Author:
Subhashree Subhasmita Mishra
Publisher:
Black Eagle Books
Publication Date:
March 08, 2021
Number of pages:
210 pages
Language:
Oriya
Binding:
Paperback
ISBN-10:
1645601536
ISBN-13:
9781645601531