Skip to main content
Free carbon-neutral shipping over $39.99  ·  Thousands of books on sale — sale ends soon

Basanta Barnamala

by Basanta Kumar Muduli

Black Eagle Books

Paperback 384 pages Oriya Feb 08, 2022

(No reviews yet) Write a Review
Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
କବି ବସନ୍ତ କୁମାର ମୁଦୁଲିଙ୍କ 'ବସନ୍ତ ବର୍ଣ୍ଣମାଳା' କବିତା ସଂକଳନଟିଏ ମାତ୍ର ନୁହେଁ, ଆଧୁନିକ ଓଡ଼ିଆ କବିତାର ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ଇତିହାସୋତ୍ତର କାବ୍ୟଚେତନା ଓ କଳାବୋଧର ଏକ ଉଜ୍ଜ୍ୱଳ ସ୍ମାରକୀ । ତାଙ୍କ ରଚିତ ଚାରିଶତରୁ ଊର୍ଦ୍ଧ୍ୱ କବିତା ମଧ୍ୟରୁ ୧୪୫ ଗୋଟି କବିତାକୁ ନେଇ ଏବର 'ବସନ୍ତ ବର୍ଣ୍ଣମାଳା'ର ପରିବର୍ଦ୍ଧିତ ଓ ପରିମାର୍ଜିତ ସଙ୍କଳନ ଆମ ସାମ୍ନାରେ, ସତେ ଅବା ସୂର୍ଯ୍ୟାସ୍ନାତ କବିତାର ମୁକ୍ତି ଉତ୍ସବକୁ ତ୍ୱର୍ଯ୍ୟନାଦ କରି ଆବାହନ କରୁଛି!ସଙ୍କଳନରେ ସଂଯୋଜିତ କିବତାଗୁଡ଼ିକର ସୃଷ୍ଟିକାଳ ଅଷ୍ଟମ ଦଶକ । କବି ପ୍ରତିଭାର ଉନ୍ମେଷ କାଳର କବିତାଗୁଡ଼ିକୁ ନେଇ ୧୯୮୧ ମସିହାରେ କବି ବସନ୍ତ ପ୍ରକାଶ କରିଥିଲେ ତାଙ୍କର ପ୍ରଥମ କବିତା ସଙ୍କଳନ 'ଯିଏ ଯେଉଁଠି ଅଛ' । ସେ କବିତା ଗୁଡ଼ିକରେ ଉଦ୍ଦାମତା ଥିଲା, ଥିଲା ବି ବ୍ୟକ୍ତିବୋଧ ଓ ସମାଜ ସଚେତନା, ବାସ୍ତବତା ତଥା ଅନୁଶୀଳନର କଳାତ୍ମକ ପ୍ରକାଶ । କବିପଣ ଫୁଟି ଆସୁଥିବାର କଢ଼! ବିକ୍ଷିପ୍ତ, ବିନ୍ୟାସିତ ହେଇଯିବାର ଦୀପ୍ତ ମାନସିକତା । ନିରାନ୍ତରଣାରେ ସେ ହେଲେ କାବ୍ୟ-ତପସ୍ୱୀ । ଏକ ସ୍ୱତନ୍ତ୍ର କାବ୍ୟଶୈଳୀ ଓ ଧାରାର ପ୍ରବର୍ତ୍ତକ, ନିର୍ମାତା, ଯିଏ ପରବର୍ତ୍ତୀ ସମୟରେ ପ୍ରତିଷ୍ଠା କରି ପାରିଛନ୍ତି ନିଜସ୍ୱ ଏକ ଅନନ୍ୟ ପ୍ରକାଶନ ଭଙ୍ଗୀ । କବିତାର ମୌଳିକ କଳାବୋଧକୁ ରକ୍ଷାକରି ଶୈଳୀ ଓ ଚେତନାର ଏକ ବୈପ୍ଳବିକ ତଥା ସୁସଂହତ ପୃଷ୍ଠଭୂମି ସେ ସୃଷ୍ଟି କରିଯାĚ
Author:
Basanta Kumar Muduli
Publisher:
Black Eagle Books
Publication Date:
Feb 08, 2022
Number of pages:
384 pages
Language:
Oriya
Binding:
Paperback
ISBN-10:
1645602419
ISBN-13:
9781645602415