Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
କାହାଣୀଟିଏ ଖାଲି ଲେଖା ଯାଏନା - ପଢ଼ାଯାଏ, ବୁଝାଯାଏ, ପୁଣି ପଢ଼ାଯାଏ - ବହି ଖୋଜି ଖୋଜି କାହାଣୀ ପଢ଼ାଯାଏ । ଏହି ପାଠକତ୍ୱରୁ ପୁଣି ସୃଷ୍ଟି ହୁଏ ଅନନ୍ୟ କାହାଣୀ । ଏହିଭଳି କିଛି ବିଶ୍ୱ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କାହାଣୀରେ ପରିପୁଷ୍ଟ ଶ୍ରୀ ଦେବଦାସ ଛୋଟରାୟ ଏବଂ ଶ୍ରୀ ପ୍ରସନ୍ନ କୁମାର ହୋତାଙ୍କ ଦ୍ଵାରା ସଂକଳିତ ଆମର ଏ "ଇତର କାହାଣୀ" ।ବିଦ୍ରୋହକୁ କ୍ଷମତାପନ୍ନ ଶକ୍ତି ଏକ ଇତର ଭାବର ସଂଜ୍ଞା ଦିଏ । ତାରି ପ୍ରତ୍ୟୁତ୍ତରରେ ବିଶାଳ Subaltern Literatureର ସୃଷ୍ଟି । ପ୍ରେମ, ବିଶେଷକରି ଦୈହିକ ପ୍ରେମ, ସ୍ଥଳ ଓ କାଳ ବିଶେଷରେ ଯେଉଁ ବାତ୍ୟା-ଆମନ୍ତ୍ରଣକାରୀ ଲଘୁଚାପ ସୃଷ୍ଟିକରେ, ତାକୁ Valentine's Day ର ସଂଚାଳକ ମାନେ ଇତର ଭାବର ସଂଜ୍ଞା ଦେଇପାରନ୍ତି । ଆମର ସ୍ମୃତିରେ ରହିଛି ଉଚ୍ଚାଟନ ଆଉ ଆମ ଧୀଶକ୍ତିରେ ରହିଛି କୌତୁହଳ । ଏ ଦୁଇଟି ଯାକର ଆକସ୍ମିକ ମିଶ୍ରଣରେ ତିଆରି ହୁଏ ଇତର ମୁହୂର୍ତ୍ତ ମାନଙ୍କର ଅଲଂଘ୍ୟ ରସାୟନ । ହେଲେ ଇତର ଭାଷାରେ ଯେଉଁ ବ୍ୟାକରଣହୀନ, ନିରାଡ଼ମ୍ବର ଚାପଲ୍ୟ ଆଉ ଅନ୍ତରଙ୍ଗତା ରହିଛି, ତା King's Englishର ଦୂରକୁ ଠେଲିଦେଉଥିବା ସମ୍ଭ୍ରାନ୍ତପଣରେ ନାହିଁ । "ଇତର କାହାଣୀ" ମଣିଷ ମନର ନିଷିଦ୍ଧ ଅଞ୍ଚଳର ରସରଞ୍ଜିତ ଭରା କାରୁଣ୍ୟର କଥା ।
- Author:
- Devdas Chhotray, Prasanna Kumar Hota
- Publisher:
- Vidya Publishing Inc.
- Publication Date:
- Oct 19, 2021
- Number of pages:
- 240 pages
- Language:
- Oriya
- Binding:
- Paperback
- ISBN-10:
- 1990494099
- ISBN-13:
- 9781990494093