Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି । ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ । ତାଙ୍କ ଯିବା ପ୍ରତି ମୁଁ ଆଉ ଗୁରୁତ୍ୱ ନ ଦେଇ ନିରୋଳାରେ ସୋଫାକୁ ଆଉଜି ବସିଲି । କାନ୍ଥରେ ଟଙ୍ଗା ଯାଇଥିବା ଶ୍ରୀଜଗନ୍ନାଥଙ୍କର ଏକ ବଡ଼ ତୈଳଚିତ୍ରକୁ ଚାହିଁଲି । ମୋତେ ଲାଗିଲା ସେ ଖାଲି ବଡ଼ ବଡ଼ ଆଖିରେ ଚାହିଁ ନାହାନ୍ତି, ବରଂ ତାଙ୍କର ସୁନ୍ଦର ଅଧରରେ ମୁରୁକି ହସା ଦଉଚନ୍ତି । ଆଉ ମୁଁ ଅନୁଭବ କଲି, ସେ ହସଟା ଅତି ଶାଣିତ ଭାବରେ ମୋତେ ଦଂଶନ କରୁଛି । ବିବ୍ରତ କରୁଛି । ପ୍ରଶ୍ନ ବି ପଚାରୁଛି । ମୁଁ ଶମ୍ଭୁନାଥ ମହାରଣା । ମୋ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବହୁତଳେ ଥିବା ଗୋଟେ ଗାଆୁଛୁ ।
- Author:
- Srikant Das
- Publisher:
- Black Eagle Books
- Publication Date:
- Feb 07, 2023
- Number of pages:
- 112 pages
- Language:
- Oriya
- Binding:
- Paperback
- ISBN-10:
- 1645603601
- ISBN-13:
- 9781645603603