Skip to main content
Free carbon-neutral shipping over $39.99  ·  Thousands of books on sale — sale ends soon

Nitya Kurukshetra

by Niranjan Swain

Black Eagle Books

Paperback 160 pages Oriya Feb 24, 2023

(No reviews yet) Write a Review
Millions of titlesEvery book you're looking for
Carbon-neutral shippingFree on orders over $39.99
Fast shipping worldwideDelivered to your door
କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାର ଅଭିଳାଷରୁ ମୋର କବିତା ଲେଖା ଆରମ୍ଭ । ବିଭିନ୍ନ ପତ୍ର ପତ୍ରିକା ମାନଙ୍କରେ କେତେକ କବିତା ପ୍ରକାଶିତ । ଜୟପୁର ରେଡିଓ ଷ୍ଟେସନରୁ ଯୁବବାଣୀ କାର୍ଯ୍ୟକ୍ରମରେ ନିୟମିତ ଭାବରେ କିଛି ବର୍ଷ କବିତା ପାଠ ସାଂଗକୁ କେତେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହେବା ସତ୍ତ୍ୱେ ମୁଁ ନିଜକୁ ଜଣେ କବି ଭାବରେ କେବେ ସ୍ୱୀକୃତି ଦେଇନାହିଁ । ତେଣୁ ଏସବୁ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏକଥା ମୋ ଚିନ୍ତାର ବାହାରେ ଥିଲା । ପ୍ରଥମେ ମୋର ସହକର୍ମୀ ସାହିତ୍ୟର ଶ୍ରଦ୍ଧାଳୁ ରସଗ୍ରାହୀ ପାଠକ ଶିକ୍ଷା ବିଭାଗର ଅଧ୍ୟାପକ ବଂଧୁ ଶ୍ରୀ ମଳୟ କୁମାର ନନ୍ଦୀ ମୋର କବିତାଗୁଡ଼ିକୁ ପଢ଼ି ପୁସ୍ତକଟିଏ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ । ସେ ଦିଗରେ ମୋର ଅନାଗ୍ରହ ଦେଖି ପ୍ରକାଶନର ସମସ୍ତ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ତେଣୁ ତାଙ୍କର ପ୍ରୋତ୍ସାହନ କେବଳ ନୁହେଁ ବରଂ ସମସ୍ତ ଦାୟିତ୍ୱ ବହନ ପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ କହିବାଟା ଯଥେଷ୍ଟ ହେବ ନାହିଁ । ମୋ କବିତାର ପ୍ରଥମ ପାଠିକା ମୋର ସହଧର୍ମିଣୀ ଶ୍ରୀମତି ଗାୟତ୍ରୀ ଦେବୀ ସବୁବେଳେ ଅଭିମାନରେ କହି ଆସିଛନ୍ତି ତୁମେ କେବଳ ଲେଖିବ କିନ୍ତୁ କେବେ ବହି ଖଣ୍ଡେ ପ୍ରକାଶ କରି ପାରିବନି । ତାଙ୍କର ଏହି ଅଭିମାନଭରା କଥା ପୁସ୍ତକ ପ୍ରକାଶନ ଦିଗରେ ମୋତେ ପ୍ରୋତ୍ସାହିତ କରିଛି । କେତେକ କବିତା ପୂର୍ବରୁ ବିବିଧ ପତ୍ରପତ୍ରିକାମାନଙ୍କ&#
Author:
Niranjan Swain
Publisher:
Black Eagle Books
Publication Date:
Feb 24, 2023
Number of pages:
160 pages
Language:
Oriya
Binding:
Paperback
ISBN-10:
164560344X
ISBN-13:
9781645603443